ଭୁୂବନେଶ୍ବର: ତୁଟିଲା ଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ । ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତ ଜିଲ୍ଲାପାଳ ଚଞ୍ଚଳ ରାଣା । ଯେଉଁମାନେ ବିଶୃଙ୍ଖଳା କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ । ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ୍ ନୋଟିସ୍ ହେବ । ଅତି କମ୍ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍ପେଣ୍ଡ୍ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧକ୍ଷତରେ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଆଜି ବୈଠକ ବସିଥିଲା। ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ର ସମସ୍ତ ନିଯୋଗକଙ୍କ ଉପସ୍ଥିତ ସହ ଜୋନ୍ ଏସିପି ଓ ମନ୍ଦିର ପ୍ରଶାସନ ଉପସ୍ଥିତ ଥିଲେ।