ତପସ୍ୱିନୀ-ସୁମିତ ବିବାଦ : SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଗଲେ ସୁମିତ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ […]

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି ।

ସୁମିତଙ୍କ ଓକିଲ ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ। ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି।

ଅନ୍ୟପଟେ ଗତକାଲି ଏହି ଘଟଣାରେ ମୁହିଁ ଖୋଲି ସୁମିତ ଅଡିଓ ଜାରି କରିଥିଲେ । ତପସ୍ବିନୀ ସୁମିତ ଫେରାର ହୋଇଥିବା ନେଇ କରିଥିବା ଅଭିଯୋଗ ଉପରେ କହିଥିଲେ ଯେ ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।

ତପସ୍ୱିନୀ ମୋ ଲାଇଫ ବର୍ବାଦ କରିଦେଲେଣି ଆହୁରି କରି ଚାଲିଛନ୍ତି ।  ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ ବୋଲି ସୁମିତ କହିଥିଲେ।

About The Author: The Sakala