ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ସୁନ୍ଦରଗଡ: ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ପିଟି ହତ୍ୟା । ଏପରି ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ ମୁଣ୍ଡା ସାହିରେ । ରୋଇମୁଣ୍ଡା ଓ ସାଧୁ ମୁଣ୍ଡା ଗତକାଲି ସନ୍ଧ୍ୟାରେ ମିଶି ମଦ ପିଇବା ପରେ ଆରମ୍ଭ ହୋଇଥଲା ପୂର୍ବ ଶତ୍ରୁତା କଥା । ଉତ୍ୟକ୍ତ ରୋଇମୁଣ୍ଡା ଠେଙ୍ଗା ମାଡ଼ରେ ସାଧୁ ମୁଣ୍ଡାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଖବର ପାଇଁ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ରୋଇ ମୁଣ୍ଡାଙ୍କୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।

About The Author: Madhusudan Das