ଅଭାବୀଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY: ସୁନ୍ଦରଗଡ଼ରେ ୧୧ ମାସରେ ୨୩,୫୩୯ ରୋଗୀଙ୍କୁ ଦେଇଛି ନୂଆ ଜୀବନ

ସୁନ୍ଦରଗଡ଼: ଜୀବନ ଦେଉଛି BSKY ସ୍ମାର୍ଟକାର୍ଡ । ଅଭାବୀ ପରିବାରଙ୍କ ପାଇଁ ସାଜିଛି ସଞ୍ଜୀବନୀ । ଗରିବ ପରିବାରକୁ ଦେଉଛି ବଞ୍ଚିବାର ଭରସା । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଜାନୁଆରୀଠାରୁ ନଭେମ୍ବର ୩୦ ମଧ୍ୟରେ ୨୩ ହଜାର ୫୩୯ ଜଣ ରୋଗୀଙ୍କୁ ଦେଇଛି ନୂଆ ଜୀବନ । ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସୁସ୍ଥ ହୋଇଛନ୍ତି ହିତାଧିକାରୀ । କାର୍ଡ ଜରିଆରେ ୧୩ ହଜାର ୭୨୧ ଜଣଙ୍କ ଆଖି ଅପରେସନ କରାଯାଇଥିବା ବେଳେ […]

ସୁନ୍ଦରଗଡ଼: ଜୀବନ ଦେଉଛି BSKY ସ୍ମାର୍ଟକାର୍ଡ । ଅଭାବୀ ପରିବାରଙ୍କ ପାଇଁ ସାଜିଛି ସଞ୍ଜୀବନୀ । ଗରିବ ପରିବାରକୁ ଦେଉଛି ବଞ୍ଚିବାର ଭରସା । ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଜାନୁଆରୀଠାରୁ ନଭେମ୍ବର ୩୦ ମଧ୍ୟରେ ୨୩ ହଜାର ୫୩୯ ଜଣ ରୋଗୀଙ୍କୁ ଦେଇଛି ନୂଆ ଜୀବନ । ବିଭିନ୍ନ ଘରୋଇ ହସ୍ପିଟାଲରେ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ସୁସ୍ଥ ହୋଇଛନ୍ତି ହିତାଧିକାରୀ । କାର୍ଡ ଜରିଆରେ ୧୩ ହଜାର ୭୨୧ ଜଣଙ୍କ ଆଖି ଅପରେସନ କରାଯାଇଥିବା ବେଳେ ସେଥିମଧ୍ୟରୁ ୩ ହଜାର ୧୮୬ ଜଣ ଶିଶୁ ଅଛନ୍ତି । ରାଉରକେଲା ଜୟ ପ୍ରକାଶ ହସ୍ପିଟାଲରେ ୪ ହଜାରରୁ ଅଧିକ ଅପରେସନ ସଫଳତାର ସହ କରାଯାଇଛି । ମାଗଣାରେ ବସ୍ ଯୋଗେ ଘରୁ ହସ୍ପିଟାଲ ଆଣିବା ସହ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି।

ରୋଗୀଙ୍କ ଘର ନିକଟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇ ଜିଲ୍ଲାର ୬୫ ହଜାରରୁ ଅଧିକ ରୋଗୀଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଉଛି ।

About The Author: The Sakala