ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ସଫଳ ପରୀକ୍ଷଣ

ଭଦ୍ରକ: ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ‘ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି। ଗୁରୁବାର ସକାଳ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି। ୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା। ମିଜାଇଲର ଲମ୍ବ ଦଶ ମିଟର ଓଜନ ପାଞ୍ଚ ଟନ୍ ରହିଛି। ‘ପ୍ରଳୟର’ ହେଉଛି ଭାରତର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଭାରତରେ ଆଗରୁ କୌଣସି ପାରମ୍ପରିକ ବାଲାଷ୍ଟିକ କ୍ଷେପଣାସ୍ତ୍ର ନ ଥିଲା । ପ୍ରଥମ […]

ଭଦ୍ରକ: ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ‘ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି। ଗୁରୁବାର ସକାଳ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି।

୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା। ମିଜାଇଲର ଲମ୍ବ ଦଶ ମିଟର ଓଜନ ପାଞ୍ଚ ଟନ୍ ରହିଛି।

‘ପ୍ରଳୟର’ ହେଉଛି ଭାରତର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଭାରତରେ ଆଗରୁ କୌଣସି ପାରମ୍ପରିକ ବାଲାଷ୍ଟିକ କ୍ଷେପଣାସ୍ତ୍ର ନ ଥିଲା । ପ୍ରଥମ ଥର ପାଇଁ ପାରମ୍ପରିକ ବାଲାଷ୍ଟିକ କ୍ଷେପଣାସ୍ତ୍ର ଦୁଇଟି ପରୀକ୍ଷଣ ସଫଳତାର ସହ କରାଯାଇଛି।

About The Author: The Sakala