ଦେଉଳଝରିର ଅନ୍ୟତମ ଆକର୍ଷଣ ‘ଟଙ୍କା ଗଛ’

ସୋନପୁର: ଟଙ୍କା କଣ ଗଛରେ ଫଳେ ? ଏହି ଉକ୍ତିକୁ ନେଇ କିଛି ବର୍ଷ ହେଲା ଭାରତୀୟ ରାଜନୀତିରେ ଖୁବ୍‍ ଝଡ ଉଠିଛି। ତେବେ ସୋନପୁର ଜିଲ୍ଲା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ଦେଉଳଝରି ପାହାଡର ଅନ୍ୟତମ ଆକର୍ଷଣ ସାଜିଛି ଏଠାରେ ଥିବା ଟଙ୍କା ଗଛ। ଗୋଟିଏ କି ଦୁଇଟା ନୁହେଁ, ଗୁମ୍ଫା ନିକଟରେ ରହିଛି ଏଭଳି ବହୁ ଟଙ୍କା ଗଛ। ଗଛ ସାରା ଟଙ୍କାକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏଭଳିକି ଦଶ ଟଙ୍କିଆ ମୁଦ୍ରା ମଧ୍ୟ […]

ସୋନପୁର: ଟଙ୍କା କଣ ଗଛରେ ଫଳେ ? ଏହି ଉକ୍ତିକୁ ନେଇ କିଛି ବର୍ଷ ହେଲା ଭାରତୀୟ ରାଜନୀତିରେ ଖୁବ୍‍ ଝଡ ଉଠିଛି। ତେବେ ସୋନପୁର ଜିଲ୍ଲା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ଦେଉଳଝରି ପାହାଡର ଅନ୍ୟତମ ଆକର୍ଷଣ ସାଜିଛି ଏଠାରେ ଥିବା ଟଙ୍କା ଗଛ। ଗୋଟିଏ କି ଦୁଇଟା ନୁହେଁ, ଗୁମ୍ଫା ନିକଟରେ ରହିଛି ଏଭଳି ବହୁ ଟଙ୍କା ଗଛ। ଗଛ ସାରା ଟଙ୍କାକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏଭଳିକି ଦଶ ଟଙ୍କିଆ ମୁଦ୍ରା ମଧ୍ୟ ଭର୍ତ୍ତି। ତେବେ ସତ ସତିକା ଏହି ମୁଦ୍ରା ସବୁ ଗଛରେ ଫଳିନାହିଁ। ଏହି ଗଛ ଦେହରେ ଏଭଳି ମୁଦ୍ରା ଲଗାଇଲେ ସବୁ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ଅଛି।

ପ୍ରକୃତି ଉପାସନାର ପ୍ରକୃତ ନିଦର୍ଶନ ହେଉଛି ଏହି ଗଛ। ଠାକୁର ଦର୍ଶନ କଲା ପରେ ଆଗରେ ରଖା ଯାଇଥିବା ଦାନ ଥାଳିଆରେ କିଛି ଟଙ୍କା ଦେବାର ପରମ୍ପରା ବହୁ ଦିନରୁ ରହି ଆସିଛି। ଦେଉଳଝରିରେ ବୃକ୍ଷକୁ ଦେବତା ଭାବେ ପୂଜା କରାଯାଉ ଥିବାରୁ ଏହି ଗଛରେ ମୁଦ୍ରା ଲଗା ଯାଇଥାଏ। ଅଞ୍ଚଳରେ ଏକ ବିଶ୍ୱାସ ରହିଛି ଏହି ଗଛରେ ଟଙ୍କା ଲଗାଇଲେ ଯେଉଁ ମାନସିକ ନେଇ ଦେଉଳଝରି ଆସିଥିବେ ତାହା ପୂରଣ ହୋଇଥାଏ।

ପରିବେଶବିତ୍‍ ଘାସିରାମ ପଣ୍ଡା କହିଛନ୍ତି ବିଭିନ୍ନ ମାନସିକ ରଖି କୌଣସି ଧାର୍ମିକ ସ୍ଥଳରେ ଘଣ୍ଟି କିମ୍ବା ବାନା ବାନ୍ଧିଥାନ୍ତି ଲୋକେ। ତେବେ ଦେଉଳଝରିର ଗଛରେ ଟଙ୍କା ଲଗାଇବା ହେଉଛି ଏକ ସ୍ୱତନ୍ତ୍ର ପରମ୍ପରା। ଏଥିରୁ ଜଣା ପଡୁଛି ଜଙ୍ଗଲକୁ ଲୋକେ ଭଲ ପାଉଛନ୍ତି। ଏହା ଯୋଗୁଁ ଦେଉଳଝରି ସବୁଜିମାରେ ଭର୍ତ୍ତି। ବାବା ଗୋବିନ୍ଦ ଦାଶ କହିଛନ୍ତି କିଏ କେବେ ଏହି ପରମ୍ପରା ଆରମ୍ଭ କରିଛି ଜଣା ନାହିଁ। କିନ୍ତୁ ଭକ୍ତି ଭାବରେ ଶତାଧିକ ବର୍ଷ ହେଲା ଗଛରେ ମୁଦ୍ରା ଲଗାଇବା ପରମ୍ପରା ଏଠି ଜାରି ରହିଛି। ଏହାଦ୍ୱାରା ମାନସିକ ପୂରଣ ହେଉଥିବା ଲୋକେ କୁହନ୍ତି।

About The Author: The Sakala