ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବୈଠକରେ ନିର୍ବାଚନର ସବୁ ଦିଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି ଦେବୀ ମିଶ୍ର। ଓଡିଶା ଆଜି ସବୁ କ୍ଷେତ୍ରରେ ସଫଳତା ପାଇ ଚାଲିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ବିକାଶର ଶୀର୍ଷ ଛୁଇଁଛି। ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ ମଧ୍ୟ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ କାମ କରିବ। ଆସନ୍ତା ୧୨ ବର୍ଷ ପରେ ଓଡିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ମାଇଲଷ୍ଟୋନ ପୂରଣ ପାଇଁ ଯାହା ଆବଶ୍ୟକ ପଡିବ ନିଷ୍ପତି ନିଆଯିବ। ରାଜ୍ୟର ସ୍ୱାର୍ଥ ପାଇଁ ଦଳର ସଭାପତି ଯାହା ନିଷ୍ପତି ନେବ ତାହା ଆମେ ମାନିବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।
‘ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି, ସଠିକ ସମୟରେ ସଠିକ ନିଷ୍ପତ୍ତି ନେବ ଦଳ’
ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବୈଠକରେ ନିର୍ବାଚନର ସବୁ ଦିଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି ଦେବୀ ମିଶ୍ର। ଓଡିଶା ଆଜି ସବୁ କ୍ଷେତ୍ରରେ ସଫଳତା ପାଇ ଚାଲିଛି। ନବୀନ […]