ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ: ପ୍ରେମିକ ମୃତ, ପ୍ରେମିକା ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆମ୍ବ ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।  ଘର ଲୋକ ବାହାଘର ପାଇଁ ରାଜି ନ ହେବାରୁ  ପ୍ରେମିଯୁଗଳ ଏଭଳି କରିଥିବା ଅନୁମାନ କରୁଛି ପୁଲିସ। ଉଭୟଙ୍କ ନାମ ବିଷ୍ଣୁ ପ୍ରିୟା ଦାସ […]

ଢେଙ୍କାନାଳ: ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆମ୍ବ ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।  ଘର ଲୋକ ବାହାଘର ପାଇଁ ରାଜି ନ ହେବାରୁ  ପ୍ରେମିଯୁଗଳ ଏଭଳି କରିଥିବା ଅନୁମାନ କରୁଛି ପୁଲିସ। ଉଭୟଙ୍କ ନାମ ବିଷ୍ଣୁ ପ୍ରିୟା ଦାସ ଓ କାହ୍ନୁ ଚରଣ ମହାପାତ୍ର। ବିଷ୍ଣୁପ୍ରିୟାଙ୍କ ଘର ବଳଦିଆ ବନ୍ଧ ହୋଇଥିବା ବେଳେ କାହ୍ନୁଙ୍କ ଘର ଗୋବିନ୍ଦପୁର ନୂଆ ସାହି ବୋଲି ଜଣା ପଡିଛି। ତେବେ ସଦର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About The Author: The Sakala