୨ରୁ ୧୮ ବର୍ଷର ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ, ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରସ୍ତୁତି

ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି। ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି। […]

ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି। ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି। କୋଭାକ୍ସିନର ୨ଟି ଡୋଜ୍ ଥିବା ବେଳେ ଜାଇକୋଭ -ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡିବ। ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଖୁସିର ବିଷୟ ଯେ ଆଜି ଆମ ଦେଶରେ ଶହେ କୋଟି ଟିକାକରଣ ଟପିଛି। ଆମ ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି। ଓଡ଼ିଶାରେ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି।୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି। ସେମାନଙ୍କୁ ଖୁବ୍‌ ଶିଘ୍ର ଟିକା ଦିଆଯିବ। ଅନ୍ୟପଟେ ପୂଜା ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା । ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଜଣାପଡିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗଜନକ ନୁହେଁ । କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ। ଯେଉଁ ସମୟରେ ପିକ ଭିଡ଼ ଥିଲା ସେହି ସମୟ ଆସିନି। ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବ।  ଆଶ୍ୱସ୍ତିକର ଖବର ହେଉଛି, ତୃତୀୟ ଲହରୀ ଆସିବା ସମ୍ଭାବନା ବହୁତ କମ୍। ଯଦି ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ, ତେବେ ତୃତୀୟ ଲହର ସମ୍ପୂର୍ଣ୍ଣ ଏଡାଇ ଦିଆଯାଇପାରିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

About The Author: The Sakala