ସ୍କ୍ରବ୍‌‌ ଟାଇଫସ୍‌‌ ପାଇଁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ସ୍କ୍ରବ୍‌‌ ଟାଇଫସ୍‌‌କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଜିଲ୍ଲାରୁ ସ୍କ୍ରବ୍‌‌ ଟାଇଫସ୍‌‌ ଓ ଲେପଟୋସ୍ପିରୋସିସ୍‌‌ ରୋଗ ସମ୍ପର୍କିତ ରିପୋର୍ଟ ଆସୁଛି। ଏପରିସ୍ଥଳେ ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍‌‌ଏଲ୍‌‌ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍‌‌ ମଧ୍ୟ ଉପଲବ୍ଧ କରାଯିବ। ଏହାର ବ୍ୟବହାର ସମ୍ପର୍କରେ […]

ଭୁବନେଶ୍ୱର: ସ୍କ୍ରବ୍‌‌ ଟାଇଫସ୍‌‌କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଜିଲ୍ଲାରୁ ସ୍କ୍ରବ୍‌‌ ଟାଇଫସ୍‌‌ ଓ ଲେପଟୋସ୍ପିରୋସିସ୍‌‌ ରୋଗ ସମ୍ପର୍କିତ ରିପୋର୍ଟ ଆସୁଛି। ଏପରିସ୍ଥଳେ ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍‌‌ଏଲ୍‌‌ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍‌‌ ମଧ୍ୟ ଉପଲବ୍ଧ କରାଯିବ। ଏହାର ବ୍ୟବହାର ସମ୍ପର୍କରେ ଡାକ୍ତରମାନଙ୍କୁ ସଚେତନ କରାଯିବା ସହ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଗୁଆ ଔଷଧ ମହଜୁଦ ରଖାଯିବ। ଏହି ରୋଗରେ କେହି ପ୍ରାଣ ହରାଇଲେ ତାହାର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ଦେବା ସହିତ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯିବ। ନିୟମିତ ଭାବେ ନୂଆ ରୋଗୀଙ୍କ ବିବରଣୀ ବିଭାଗକୁ ପ୍ରଦାନ କରିବା ପାଇଁ କୁହାଯାଇଛି।

ସୂଚନାଅନୁସାରେ, ଏହା ଏକ କୀଟ ଦ୍ୱାରା ବ୍ୟାପୁଛି। ଘାସ, ବଣବୁଦା ତଥା ମୂଷାଙ୍କ ଶରୀରରେ ଏହି କୀଟ ଚିହ୍ନଟ କରାଯାଇଛି। ଜ୍ୱର କିମ୍ବା ଶରୀରିକ ପୀଡ଼ା ଆରମ୍ଭ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।

About The Author: The Sakala