ଭୁବନେଶ୍ୱର: ମାଟି ତଳୁ କମୁଛି ପାଣି । ରାଜ୍ୟରେ ଲଗାତାର କମି ଚାଲିଛି ଭୂତଳ ଜଳସ୍ତର । ବିଧାନସଭାରୁ ଆସିଲା ଚିନ୍ତା ଜନକ ତଥ୍ୟ । ବିଗତ ୫ ବର୍ଷ ରେ ଓଡ଼ିଶାରେ ୦.୫୩ ପ୍ରତିଶତ MBGL ଭୂତଳ ଜଳସ୍ତର ହ୍ରାସ ପାଇଥିବା ରେକର୍ଡ ହୋଇଛି । କମୁଥିବା ଭୂତଳ ଜଳସ୍ତରକୁ ରୋକିବା ପାଇଁ ରାଜ୍ୟରେ ଆଡିବନ୍ଧ ଏବଂ Ground Water Recharge Well ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଅଛି । ଏତଦ ବ୍ୟତୀତ, ଭୂଗର୍ଭ ଜଳ ସ୍ତରର ଅବନତି ରୋକିବା ପାଇଁ ସମଗ୍ର ରାଜ୍ୟରେ ୩୩ ଗୋଟି ବନ୍ଧ, ୨୭ ଗୋଟି ବ୍ୟାରେଜ ଏବଂ ୮୯ ଗୋଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରିବା ପାଇଁ ଯୋଜନା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।