ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟ୍‍ରେ ବସିବ। ଚଳିତ ବର୍ଷର ଏହା ଶେଷ କ୍ୟାବିନେଟ୍‍ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜଳସମ୍ପଦ, ଆଇନ, ଶିଳ୍ପ, ଏମଏସଏମଇ, ସାଧାରଣ ପ୍ରଶାସନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର […]

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟ୍‍ରେ ବସିବ। ଚଳିତ ବର୍ଷର ଏହା ଶେଷ କ୍ୟାବିନେଟ୍‍ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜଳସମ୍ପଦ, ଆଇନ, ଶିଳ୍ପ, ଏମଏସଏମଇ, ସାଧାରଣ ପ୍ରଶାସନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପୂର୍ବରୁ ଥିବା କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

About The Author: The Sakala