କରୋନା ଭୟ; ଆଜିଠୁ ଭୁବନେଶ୍ବର ବିମାନବନ୍ଦରରେ ଆରମ୍ଭ ହେବ କରୋନା ଟେଷ୍ଟ

ଭୁବନେଶ୍ବର: ଦେଶରେ ବୃଦ୍ଧି ପାଉଛୁି କରୋନା ଆକ୍ରାନ୍ତଙ୍କ ସଂଖ୍ଯା । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ  ଫେରିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଣ୍ଟର କରିବ ବିଏମ୍‌ସି। ଏଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ। ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମରେ ସୂଚନା […]

ଭୁବନେଶ୍ବର: ଦେଶରେ ବୃଦ୍ଧି ପାଉଛୁି କରୋନା ଆକ୍ରାନ୍ତଙ୍କ ସଂଖ୍ଯା । ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ଓ ନାଇଟ କର୍ଫ୍ଯୁ  ଫେରିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଣ୍ଟର କରିବ ବିଏମ୍‌ସି। ଏଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ। ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ।

ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ସେମିତି କିଛି ଅସ୍ଥିରତା ଦେଖାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଜିଟିଭ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ, ପୂର୍ବ ମାସ ଭଳି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଛି, ଯେଉଁ ଅଞ୍ଚଳରୁ ଅଧିକ ପଜିଟିଭ ବାହାରୁଛନ୍ତି ସେ ଅଞ୍ଚଳରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ଚେଷ୍ଟା ଚାଲିଛି। ଆମେ ସବୁ ଉପରେ ନଜର ରଖିଛୁ, ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି। ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ଅଛି ବୋଲି ବିଏମସି କମିଶନର କହିଛନ୍ତି।

About The Author: The Sakala