ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧି ପାଇଁ ରାଜ୍ଯରେ ପୁଣି ଥରେ ନିୟମ କଡ଼ାକଡ଼ି କରାଯାଇଛି। ଆଗକୁ ଜାଗର ଯାତ୍ରା ଥିବାରୁ ବିଏମସି ପକ୍ଷରୁ ମଧ୍ଯ କଟକଣା ଜାରି କରାଯାଇଛି। ୧୦ ବର୍ଷରୁ କମ୍ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ମନ୍ଦିର ଭିତରକୁ ପ୍ରବେଶକୁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ବିଏମସି ଓ ଲିଙ୍ଗରାଜ କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି।
ବିଡିଏ କାର୍ଯ୍ଯାଳୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। କୋଭିଡ କଟକଣା ଅନୁଯାୟୀ ଜାଗର ଯାତ୍ରା ପାଳନ ହେବ। ମନ୍ଦିର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲାଗିଛି। ଆଡକାଠ ଠାରେ ରହି ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ। ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ୩ ନିଯୋଗ, ବିଏମସି କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦେଶକ ଉପସ୍ଥିତ ଥିଲେ।