କରୋନା ଭୟ, ଅଧାରୁ ବନ୍ଦ ହେଲା ଯାତ୍ରା

ଖୋର୍ଦ୍ଧା: ଦେଶ ଏବଂ ରାଜ୍ଯରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ପୁଣି ଫେରିଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିବା ରଙ୍ଗମହଲ ଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ବନ୍ଦ କରିଛନ୍ତି। କୋଭିଡ ନିୟମ ଉଲଙ୍ଘନ ହେଉଥିବାରୁ ପ୍ରଶାସନ ପହଞ୍ଚି ବେଗୁନିଆରେ ଯାତ୍ରା ବନ୍ଦ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୧୯ ତାରିଖରୁ ବେଗୁନିଆରେ ଯାତ୍ରା ପରିବେଷଣ […]

ଖୋର୍ଦ୍ଧା: ଦେଶ ଏବଂ ରାଜ୍ଯରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ଯରେ ମଧ୍ଯ ଲକଡାଉନ ପୁଣି ଫେରିଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିବା ରଙ୍ଗମହଲ ଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ବନ୍ଦ କରିଛନ୍ତି। କୋଭିଡ ନିୟମ ଉଲଙ୍ଘନ ହେଉଥିବାରୁ ପ୍ରଶାସନ ପହଞ୍ଚି ବେଗୁନିଆରେ ଯାତ୍ରା ବନ୍ଦ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୧୯ ତାରିଖରୁ ବେଗୁନିଆରେ ଯାତ୍ରା ପରିବେଷଣ କରୁଥିଲା ରଙ୍ଗମହଲ। ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେଇ ନ ଥିବା ଅଭିଯୋଗ ହୋଇଛି। ପ୍ରଥମ ରଜନୀରେ ରଙ୍ଗମହଲ ପରିବେଷଣ କରିଥିବା ନାଟକକୁ ୨୦୦୦ରୁ ଅଧିକ ଲୋକ ଦେଖିଥିବା ଅଭିଯୋଗ ହୋଇଥିଲା। ପରେ ଶନିବାର ରାତିରେ ବେଗୁନିଆ ଆଇଆଇସି ଓ ତହସିଲଦାର ମଞ୍ଚ ନିକଟକରେ ପହଞ୍ଚିଥିଲେ। ଯାତ୍ରା ପାଇଁ ଅନୁମତି ନେଇଛନ୍ତି କି ନାହିଁ ଆୟୋଜକଙ୍କୁ ପଚାରିଥିଲେ। ମାତ୍ର ଆୟୋଜକମାନେ ଅନୁମତି ନେଇନଥିବା କହିଥିଲେ। ଏହା ପରେ ଯାତ୍ରା ପରିବେଷଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

About The Author: The Sakala