ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କୋଭିଡ ମହାମାରୀ ପରେ ପ୍ରଥମଥର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍ରେ ମୋଟ୍ ୧ ଲକ୍ଷ ୭୦ ହଜାର କୋଟି ବ୍ୟୟବରାଦ କରାଯାଇଛି। ଏହି ବଜେଟ୍ରେ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ସମୟରେ କହିଥିଲେ କି ରାଜ୍ୟରେ ବିକାଶ କାର୍ଯ୍ୟ ଗତ ବର୍ଷ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରମୁଖ କାରଣ ହେଉଛି କରୋନା । ସମସ୍ତ ବାଧାବିଘ୍ନ ସ୍ବତେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ ବିକାଶ ପକ୍ରିୟା ପୁନର୍ବାର ତ୍ବରାନିତ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସେହିପରି ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରୟାସ ଯୋଗୁଁ କୋଭିଡ ମହାମାରୀରେ ଓଡିଶା ସଫଳ ହୋଇଛି । ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନିଷ୍ପତି ଯୋଗୁଁ ଆମ ରାଜ୍ୟ କୋଭିଡରେ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ବଂର ମୁକାବିଲା କରିବାରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଯେଉଁଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓଡିଶାକୁ ପ୍ରଶଂସା କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଆଜି ବଜେଟ୍ରେ ସରକାର କେଉଁ କେଉଁ କ୍ଷେତ୍ରପାଇଁ କେତେ ବ୍ୟୟବରାଦ କରାଯାଇଛି ଜାଣନ୍ତୁ …
- କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ
- ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
- ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ
- ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ
- ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ
- ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ
- କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ
- ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
- ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟ ବରାଦ
- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ
- ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ
- ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ
- ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି
- ପଶୁଙ୍କୁ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା, ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ।
- କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ।
- ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ।
- ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା କରାଯାଇଛି।
- ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି।
- କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି।
- ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ।
- ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି।
- ୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି।
- ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ।
- ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ।
- SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା।
- SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ କରାଯାଇଛି।
- ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ କରାଯାଇଛି।
- ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ।
- ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଛି।
- ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ।
- ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା।
- ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ।
- ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ।
- ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ।
- ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ।
- ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ।
- ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି।
- ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ।
- ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି ଟଙ୍କା।
- ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି।
- ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି ବ୍ୟୟବରାଦ ଯୋଜନା।
- ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ।
- ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭କୋଟି ବିନିଯୋଗ।
- ମନରେଗାରୁ ୧୯୬୬କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରାଯିବ।
- ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
- ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ।
- ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କାର ପ୍ରସ୍ତାବ।
- ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
- ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
- ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟିର ବ୍ୟୟ ପ୍ରସ୍ତାବ।
- ଐତିହ୍ୟସ୍ଥଳୀର ସୁରକ୍ଷାୟ ଓ ସଂରକ୍ଷଣ ପାଇଁ ୮ କୋଟିର ବ୍ୟୟ ବରାଦ।
- ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ପ୍ରସ୍ତାବ।