ଭୁବନେଶ୍ୱର ଏମ୍‌ସରେ ଲଜ୍ଜା: ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଫିସର୍‌ଙ୍କ ଅସଦାଚରଣ

ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ସ ପରିସରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିଛନ୍ତି ନର୍ସିଂ ଅଫିସର୍‌। ଗତ ରାତିରେ ଏହି ଘଟଣା ଘଟିଛି। ଏହାକୁ କେନ୍ଦ୍ର କରି ଆଜି ଆଟେଣ୍ଡାଣ୍ଟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାରୁ ଖଣ୍ଡଗିରି ପୁଲିସ ଆଜି ରାତିରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ରାଜସ୍ଥାନର ନାନୁ ରାମ। ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟା ଜଣେ ଯୁବତୀ ବିଆଇଏସ୍‌ କମ୍ପାନୀ ଅଧୀନରେ ଏମ୍‌ସରେ ଆଟେଣ୍ଡାଣ୍ଟ […]

ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ସ ପରିସରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିଛନ୍ତି ନର୍ସିଂ ଅଫିସର୍‌। ଗତ ରାତିରେ ଏହି ଘଟଣା ଘଟିଛି। ଏହାକୁ କେନ୍ଦ୍ର କରି ଆଜି ଆଟେଣ୍ଡାଣ୍ଟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାରୁ ଖଣ୍ଡଗିରି ପୁଲିସ ଆଜି ରାତିରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ରାଜସ୍ଥାନର ନାନୁ ରାମ।

ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟା ଜଣେ ଯୁବତୀ ବିଆଇଏସ୍‌ କମ୍ପାନୀ ଅଧୀନରେ ଏମ୍‌ସରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି। ଗତରାତି ସିଫ୍ଟରେ ଯୁବତୀଜଣଙ୍କ ଡି-୫ ୱାର୍ଡରେ ଡ୍ୟୁଟି କରି ସେମିନାର ହଲରେ ଥିଲେ। ବିଳମ୍ୱିତ ରାତିରେ ନର୍ସିଂ ଅଫିସର୍‌ ନାନୁରାମ୍‌ ତାଙ୍କୁ ଫୋନ୍‌ କରି ଡାକ୍ତରଙ୍କ ଚାମ୍ବରକୁ ଡକାଇଥିଲେ। ନର୍ସିଂ ଅଫିସର୍‌ ଡାକୁଥିବାରୁ କୌଣସି କାମରେ ଡାକୁଥିବା ଭାବି ଯୁବତୀଜଣଙ୍କ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ନାନୁ ରାମ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଖାଲି ସେତିକି ନୁହେଁ, ପାଖରେ ବସିବାକୁ କହିବା ସହ ଅସଦାଚରଣ କରିଥିଲେ। ତେବେ ଯୁବତୀଜଣଙ୍କ ସେଠାରୁ ପଳାଇଯିବା ସହ ସୁପରଭାଇଜର୍‌ଙ୍କୁ ସମସ୍ତ କଥା କହିଥିଲେ। ପରେ ସୁପରଭାଇଜର୍‌ ଓ ପୀଡ଼ିତା ଡାକ୍ତରଖାନା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍‌)କୁ ଯାଇ ଅଭିଯୋଗ କରିଥିଲେ। ନର୍ସିଂ ଅଫିସର୍‌ ନାନୁ ରାମ୍‌ ମଧ୍ୟ ସେଠାକୁ ଆସି ନିଜ ଭୁଲ୍‌ ସ୍ୱୀକାର କରିବା ସହ ଅଣ୍ଡରଟେକିଂ ଲେଖିଥିଲେ। ପୀଡ଼ିତା ଆଜି ସକାଳୁ ପୁଣି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରା‌ହ୍‌ଣରେ ଶତାଧିକ କର୍ମଚାରୀ ଏମ୍‌ସ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରପକ୍ଷେ, ଆଟେଣ୍ଡାଣ୍ଟମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବିଭିନ୍ନ ୱାର୍ଡରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସେହିପରି ସଫେଇ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସଫାସୁତୁରା କାମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଏମ୍‌ସ କର୍ତ୍ତୃପକ୍ଷ ଓ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ଶେଷରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ରାତିରେ ନାନୁ ରାମକୁ ଗିରଫ କରିଛି।

About The Author: The Sakala