ପରଲୋକରେ ବିଶିଷ୍ଟ ସାମ୍ୱାଦିକ ବାସୁଦେବ ମହାପାତ୍ର, ଶୋକପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ଧରି ସାମ୍ବାଦିକତା କରିଆସୁଥିଲେ ବାସୁଦେବ ମହାପାତ୍ର । ପରିବେଶ ଓ ବିଜ୍ଞାନ […]

ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘଦିନ ଧରି ସାମ୍ବାଦିକତା କରିଆସୁଥିଲେ ବାସୁଦେବ ମହାପାତ୍ର । ପରିବେଶ ଓ ବିଜ୍ଞାନ ସମ୍ପର୍କିତ ଖବର ପାଇଁ ସେ ସୁନାମ ଅର୍ଜନ କରିଥିଲେ । ବାସୁଦେବଙ୍କ ଦେହାନ୍ତରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି । ସାମ୍ବାଦିକତା ଓ ପରିବେଶ କ୍ଷେତ୍ର ପ୍ରତି ତାଙ୍କ ଅବଦାନ ପାଇଁ ବାସୁଦେବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ସେ କହିଛନ୍ତି । ସାମ୍ବାଦିକ ଜଗତ ପାଇଁ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ ଅପୂରଣୀୟ କ୍ଷତି ।

ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

About The Author: The Sakala