କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ, ବାମ ଗୋଡ଼ରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାଯାଇଛି। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ମହମ୍ମଦ ସାମଦକୁ ଏନକାଉଣ୍ଟର କରିଛି ପୁଲିସ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁଯାୟୀ, ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା […]

ସମ୍ବଲପୁର: ସମ୍ବଲପୁରରେ ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାଯାଇଛି। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ମହମ୍ମଦ ସାମଦକୁ ଏନକାଉଣ୍ଟର କରିଛି ପୁଲିସ। ତାର ବାମ ଗୋଡ଼ରେ ଗୁଳି ବାଜିଛି।

ସୂଚନା ଅନୁଯାୟୀ, ଗତ ରାତିରେ ମହମ୍ମଦ ସାମଦ ଓ ତାର ଭାଇ ମହମ୍ମଦ ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ। ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ଆହତ ହୋଇଛି ଅପରାଧୀ ମହମ୍ମଦ ସାମଦ। ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି। ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି।

About The Author: The Sakala