ସରପଞ୍ଚଙ୍କ ସ୍ବାମୀ ଓ ଶଶୁରଙ୍କୁ ନିର୍ମମ ଭାବେ ହତ୍ୟାକଲେ ଦୁର୍ବୃତ୍ତ

The Sakala Picture
Published On

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲିକିଟିପଦର ପଞ୍ଚାୟତ ସାରିଗାଡା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶଶୁର ସୁମ ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ମୃତଦେହ। ହତ୍ୟାକାଣ୍ଡ କାରଣ ଅଷ୍ପଷ୍ଟ ରହିଛି। ସରପଞ୍ଚଙ୍କ ପରିବାର ଘରେ ଥିବାବେଳେ କିଛି ଲୋକ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସରପଞ୍ଚ ଜନିତ ଗମାଙ୍ଗ ଜିବନ ବିକଳରେ ଦୌଡି ପଳାଇଥିଲେ। […]

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲିକିଟିପଦର ପଞ୍ଚାୟତ ସାରିଗାଡା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶଶୁର ସୁମ ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ମୃତଦେହ। ହତ୍ୟାକାଣ୍ଡ କାରଣ ଅଷ୍ପଷ୍ଟ ରହିଛି। ସରପଞ୍ଚଙ୍କ ପରିବାର ଘରେ ଥିବାବେଳେ କିଛି ଲୋକ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସରପଞ୍ଚ ଜନିତ ଗମାଙ୍ଗ ଜିବନ ବିକଳରେ ଦୌଡି ପଳାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତା ଲୋଡିଛି ପୁଲିସ। ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ରାୟଗଡା, ପଦ୍ମପୁର ଓ ଗୁଣୁପୁର ପୁଲିସ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର