ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ କାରକେଡ଼ ରିହର୍ସଲ

ପୁରୀ:  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଭୁବନେଶ୍ୱରରେ ପହଞ୍ଚିବା ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ୯ଟା ୩୦ ପରିବର୍ତ୍ତେ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ନିର୍ଧାରିତ ସମୟ ଠାରୁ  ୧ଘଣ୍ଟା ୨୦ ମିନିଟ ବିଳମ୍ବରେ ରାଷ୍ଟ୍ରପତି ପହଞ୍ଚିବେ। ପରେ ବାୟୁସେନାର ସ୍ୱତନ୍ତ୍ର ହେଲିପ୍ୟାଡରେ ଯିବେ ପୁରୀ । ଶ୍ରୀମନ୍ଦିର ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି। […]

ପୁରୀ:  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଭୁବନେଶ୍ୱରରେ ପହଞ୍ଚିବା ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ୯ଟା ୩୦ ପରିବର୍ତ୍ତେ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ନିର୍ଧାରିତ ସମୟ ଠାରୁ  ୧ଘଣ୍ଟା ୨୦ ମିନିଟ ବିଳମ୍ବରେ ରାଷ୍ଟ୍ରପତି ପହଞ୍ଚିବେ। ପରେ ବାୟୁସେନାର ସ୍ୱତନ୍ତ୍ର ହେଲିପ୍ୟାଡରେ ଯିବେ ପୁରୀ । ଶ୍ରୀମନ୍ଦିର ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି। ତାଳବଣିଆ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ଯନ୍ତ ହୋଇଥିଲା ରିହର୍ସଲ । ରିହର୍ସଲରେ ପୁଲିସ ଓ ଜିଲ୍ଲାପ୍ରଶାସନର ଅଧିକାରୀ ସାମିଲ ଥିଲେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ୧୧ ତାରିଖରେ ସେ ଭୁବନେଶ୍ୱରର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲ ଓ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ ।

About The Author: The Sakala