ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ଛାତ୍ର ଶ୍ରମିକ

କୃଷ୍ଣପ୍ରସାଦ: ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିବା ପାଇଁ କିଛି ବର୍ଷ ଧରି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥି ପାଇଁ ଟ୍ରୋଲ ଫ୍ରି ନମ୍ବର ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟ କାନ୍ଥରେ ଲେଖାହୋଇଛି । ଏହାକୁ ଖାତିର କରୁନାହାନ୍ତି ଶିକ୍ଷା ବିଭାଗ । ଅଧିକାରୀଙ୍କ ଆଖିରେ ଆଙ୍ଗୁଳି ମାରି ବିଚ ରାସ୍ତାରେ ଶିକ୍ଷକ ପିଲାମାନଙ୍କୁ ଛାତ୍ର ଶ୍ରମିକ ବନାଇଥିବା ଏକ ଭିଡ଼ିଓ ଦୁଇ ଦିନ ଧରି ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଛି । […]

କୃଷ୍ଣପ୍ରସାଦ: ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡ ମୁକ୍ତ ଅଞ୍ଚଳ କରିବା ପାଇଁ କିଛି ବର୍ଷ ଧରି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥି ପାଇଁ ଟ୍ରୋଲ ଫ୍ରି ନମ୍ବର ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟ କାନ୍ଥରେ ଲେଖାହୋଇଛି । ଏହାକୁ ଖାତିର କରୁନାହାନ୍ତି ଶିକ୍ଷା ବିଭାଗ । ଅଧିକାରୀଙ୍କ ଆଖିରେ ଆଙ୍ଗୁଳି ମାରି ବିଚ ରାସ୍ତାରେ ଶିକ୍ଷକ ପିଲାମାନଙ୍କୁ ଛାତ୍ର ଶ୍ରମିକ ବନାଇଥିବା ଏକ ଭିଡ଼ିଓ ଦୁଇ ଦିନ ଧରି ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଛି । ଏହି ଭାଇରଲ ଭିଡ଼ିଓ କୃଷ୍ଣପ୍ରସାଦ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି । ଏ ଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଏକ ବିଦ୍ୟାଳୟରେ । ଶିକ୍ଷକଙ୍କ ଆଦେଶରେ ପାଲଟିଥିବା ଛାତ୍ର ଶ୍ରମିକ ମାନେ କାର୍ଯ୍ୟ କରୁଥିବାର ରେକଡ଼ିଂକୁ ଖାତିର ନକରି ଧର୍ଯ୍ୟର ସହ ତୁମେ ରେକଡିଂକୁ ଭାଇରଲ କର ଆମର କିଛି ହେବ ନାହିଁ ଏଭଳି ବକ୍ତବ୍ୟ ବି ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ଏ ଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ଜଣାଯାଇଥିବା ବେଳେ ଟୁଇଟ ମାଧ୍ୟମରେ ଜିଲ୍ଲା ଅଧିକାରୀ ମାନଙ୍କୁ ଜଣାଇଥିବା ମଧ୍ୟ ସୂଚନା ମିଳିଛି । ଏହାର ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଭଳି ଅଭାବନୀୟ ରୋଗ ବ୍ଳକରୁ ବ୍ଳକକୁ ବ୍ୟାପିବା ନିଶ୍ଚିତ ହୋଇପଡ଼ିଛି।

About The Author: The Sakala