କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ସାତପଡ଼ା ସ୍ଥିତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ପୂଜା କାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ କେଳୁ ଚରଣ ଜେନା ଯୋଗଦେଇ ସ୍ବେଛାସେବୀ ମାନଙ୍କୁ ସେବା ସମ୍ପର୍କରେ ପ୍ରେରଣା ଦେବା ସହିତ ଉତ୍ସାହିତ କରିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜେନା ଶିବିରାର୍ଥୀ ମାନଙ୍କୁ ଶୃଙ୍ଖଳା ଓ ମାନବ ସେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଏହି ଦିବସରେ ବରିଷ୍ଠ ଅଧ୍ୟାପକ ପବିତ୍ର ମୋହନ ଦାସ, ବରିଷ୍ଠ କିରାଣୀ ସୌମରେନ୍ଦ୍ର ନାୟକ,ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଜାତୀୟ ସେବା ଯୋଜନା ବାଳକ ବାଳିକା ବିଭାଗର ୧୦୦ ଜଣ ସ୍ବେଛାସେବୀ ଉପସ୍ଥିତ ଥିଲେ । ଏହି ଶିବିର ୭ ଦିନ ଧରି ଚାଲିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ମୁଖ୍ୟ ଅତିଥି ଶିବିରର୍ଥୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଳିକା ବିଭାଗର ଯୋଜନା ଅଧିକାରୀ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବାଳକ ବିଭାଗର ଯୋଜନା ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ୭ ଦିନ ଧରି ଚାଲିଥିବା ଶିବିର ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ ।