ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା । ସମ୍ପୃକ୍ତି ଥିବା ପରିପ୍ରେକ୍ଷୀରେ ଜଣେ ପନ୍ତିବଡୁ ସେବକ ଶ୍ରୀ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି।
ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ର ୨୧ – ଖ (କ) ଧାରା ଅନୁସାରେ ଏହି ନିଳମ୍ବନ ଆଦେଶ ଜାରି କରାଯାଇଛି । ଏଥି ସହ ଶ୍ରୀ ସାମନ୍ତରାଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଯେ କେହି ବି ସମ୍ପୃକ୍ତି ଆସିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀମନ୍ଦିରରେ କୌଣସି ପ୍ରକାରର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଏହି ନିଲମ୍ବନ ଆଦେଶ ଏହାର ନିଦର୍ଶନ। ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟ ପ୍ରଶାସକ ଧନ୍ଯବାଦ ଜଣାଇଛନ୍ତି।