ଭୁବନେଶ୍ୱର: ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ବିଧୁଭୂଷଣଙ୍କୁ କୁଳପତିଭାବେ ନିଯୁକ୍ତ କଲେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୪ ବର୍ଷ ପାଇଁ କୁଳପତି ଦାୟିତ୍ୱ ତୁଲାଇବେ ପ୍ରଫେସର ମିଶ୍ର । ପ୍ରଫେସର ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ୩୪ ବର୍ଷର ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିଲେ। ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର ଥିଲେ ।
ପ୍ରଫେସର ମିଶ୍ର ୯ଟି ପୁସ୍ତକ ଲେଖିବା ସହ ତାଙ୍କର ଶତାଧିକ ଲେଖା ପ୍ରକାଶିତ ହୋଇଛି। ତାଙ୍କ ମାର୍ଗଦର୍ଶନରେ ଜଣେ ଡିଲିଟ୍ କରିଥିବା ବେଳେ ୩୯ ଜଣ ପିଏଚ୍ଡି ଓ ୩ ଜଣ ଏମ୍ଫିଲ୍ କରିଛନ୍ତି।