କଟକ: କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ବି ଉପସ୍ଥିତ ଅଛନ୍ତି। ଏହି ଅବସରରେ ଇଣ୍ଡିଆନ୍ ରାଇସ କଂଗ୍ରେସ ଉପରେ ଆଧାରିତ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ।
ଏହି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇ କହିଛନ୍ତି, ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଚାଉଳ ଜୀବନର ଶସ୍ୟ। ସୂଚନାଯୋଗ୍ୟ, ୧୧ରୁ ୧୪ତାରିଖ ଯାଏ ୪ ଦିନ ଧରି ଚାଲିବାକୁ ଥିବା ରାଇସ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ମଧ୍ଯ ଯୋଗ ଦେଇଛନ୍ତି। ଫିଲିପାଇନ୍ସ, ଆଫ୍ରିକା ସମେତ କେତେକ ରାଷ୍ଟ୍ରର ବୈଜ୍ଞାନିକ ବି ଯୋଗ ଦେଇଛନ୍ତି।