ନାବାଳକ ଚା’ ଦୋକାନୀଙ୍କୁ ପୁଲିସର ମାଡ ମାରିବା ଘଟଣା: ଡିସିପିଙ୍କ ଦୃଢ କାର୍ଯ୍ଯାନୁଷ୍ଠାନ, ଜଣେ ପିସିଆର କର୍ମଚାରୀ ନିଲମ୍ବିତ ଓ ୩ ତଦନ୍ତ ପରିସରଭୁକ୍ତ

ଭୁବନେଶ୍ୱର: ନାବାଳକ ଚା’ ଦୋକାନୀଙ୍କୁ ମାଡ ମାରିବା ଘଟଣାରେ ଭୁବନେଶ୍ବର ଡିସିପି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରଛନ୍ତି । ଗୋଇଠା ମାରୁଥିବା ପିସିଆର କର୍ମଚାରୀକୁ ନିଲମ୍ବିତ କରିବାସହ ପିସିଆର ଭ୍ୟାନରେ ଥିବା ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ଯ ତଦନ୍ତ ପରିସରଭୁକ୍ତ କରାଯାଇଛି । ସହିଦନଗରକୁ କାହିଁକି ବରଗଡ ଥାନାର ପିସିଆର ଯାଇଥିଲା ତାହାର ମଧ୍ଯ ତଦନ୍ତ ହେବ ବୋଲି  ଡିସିପି କହିଛନ୍ତି। ନାବାଳକକୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହେବାପରେ କାର୍ଯ୍ଯନୁଷ୍ଠାନ ନିଆଯାଇଛି । ସୂଚନା ଅନୁଯାୟୀ, […]

ଭୁବନେଶ୍ୱର: ନାବାଳକ ଚା’ ଦୋକାନୀଙ୍କୁ ମାଡ ମାରିବା ଘଟଣାରେ ଭୁବନେଶ୍ବର ଡିସିପି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରଛନ୍ତି । ଗୋଇଠା ମାରୁଥିବା ପିସିଆର କର୍ମଚାରୀକୁ ନିଲମ୍ବିତ କରିବାସହ ପିସିଆର ଭ୍ୟାନରେ ଥିବା ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ଯ ତଦନ୍ତ ପରିସରଭୁକ୍ତ କରାଯାଇଛି । ସହିଦନଗରକୁ କାହିଁକି ବରଗଡ ଥାନାର ପିସିଆର ଯାଇଥିଲା ତାହାର ମଧ୍ଯ ତଦନ୍ତ ହେବ ବୋଲି  ଡିସିପି କହିଛନ୍ତି। ନାବାଳକକୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହେବାପରେ କାର୍ଯ୍ଯନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁଯାୟୀ, ସିସିଟିଭିରେ କଏଦ ହୋଇଥିବା ଏକ ଭିଡିଓ ଭାଇରାଲ୍  ହୋଇଥିଲା। ଯେଉଁଥିରେ ପୁଲିସ ବାବୁ ମନ ଭରିଲା ଯାଏଁ ଲାତ୍ ମାରୁଥିବାର ଦେଖିବାକୁ ମିଳିଥିଲା। ଗୋଟିଏ କି ଦୁଇଟି ନୁହେଁ ୨୦ ସେକେଣ୍ଡରେ ଗୋଟିଏ ପରେ ଗୋଟିଏ ଏମିତି ୧୦ ଗୋଇଠା ନାବାଳକଙ୍କୁ ମାରିଛନ୍ତି ବର୍ଦ୍ଦିରେ ଥିବା ଅଧିକାରୀ । ଏହାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଥିଲା।

ରାଜଧାନୀର କେସୁରା ଛକରେ ଏକ ଓମଫେଡ୍ ଷ୍ଟଲ ଦୋକାନୀଙ୍କ ଉପରେ ଏମିତି ଜୁଲମ୍ କରିଥିଲା ପୁଲିସ । ଘଟଣା ଦିନ ବାପାଙ୍କ ବଦଳରେ ନାବାଳକ ପୁଅ ରାହୁଲ ନାୟକ ଓମଫେଡ୍ ଷ୍ଟଲରେ ବସିଥିଲେ । ସେହି ସମୟରେ ପୁଲିସର ପାଟ୍ରୋଲିଂ ଭ୍ୟାନ୍ ସେହି ବାଟ ଦେଇ ଯାଉଥିଲା । ଦୋକାନ ଖୋଲାଥିବାରୁ ନାବାଳକକୁ ପୁଲିସ ପଚରାଉଚରା କରିଥିଲା । ଆଉ ଦୋକାନରେ ଥିବା ବ୍ରେଡ୍ ଓ କ୍ଷୀରକୁ ପୁଲିସ ଜରି ମୁଣାରେ ବାନ୍ଧି ନେଇ ଯାଉଥିବା ଦୃଶ୍ୟ ବି କଏଦ ହୋଇଛି ସିସିଟିଭିରେ । ଆଉ ସବୁଠୁ ବଡ଼ କଥା ହେଲା ଏଥିରେ ପ୍ରତିବାଦ କରିବାରୁ ପୁଲିସ ବାବୁ ନାବାଳକଙ୍କୁ ମନ ଭରିଲା ଯାଏଁ ଗୋଇଠା ମାରିଥିଲେ।

About The Author: The Sakala