ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ ନେଇ ପାଟଣାଗଡ ଠାରେ ପୁଲିସ ବିଭାଗର ପ୍ରସ୍ତୁତି

ପାଟଣାଗଡ: ଆସନ୍ତା କାଲି ବୁଧବାର ଦିନ ମୁଖ୍ଯମନ୍ତ୍ରୀ ବଲାଙ୍ଗିର ଜିଲ୍ଲା ଆସିବାର କାର୍ଯ୍ଯକ୍ରମ ରହିଛି। ମୁଖ୍ଯମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ବାସ୍ଥ୍ଯ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହି ପରିପେକ୍ଷିରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନାଅଧିକାରୀ,ଏସଆଇ, ଏଏସଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରୁଥିବା ଦେଖିବାକୁ ମିଲିଥିଲା। ଆଜି […]

ପାଟଣାଗଡ: ଆସନ୍ତା କାଲି ବୁଧବାର ଦିନ ମୁଖ୍ଯମନ୍ତ୍ରୀ ବଲାଙ୍ଗିର ଜିଲ୍ଲା ଆସିବାର କାର୍ଯ୍ଯକ୍ରମ ରହିଛି। ମୁଖ୍ଯମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ବାସ୍ଥ୍ଯ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହି ପରିପେକ୍ଷିରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନାଅଧିକାରୀ,ଏସଆଇ, ଏଏସଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରୁଥିବା ଦେଖିବାକୁ ମିଲିଥିଲା।

ଆଜି ମଧ୍ଯାନ୍ନ ୧୨ଟାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଏକା ସହିତ ପାଟଣାଗଡ ବିଜେଡି କାର୍ଯ୍ୟାଳୟରୁ ବାହାରି ରମାଇଁ ହାଇସ୍କୁଲ ପଡିଆରେ ପହଞ୍ଚି ଥିଲେ। ମୁଖ୍ଯମନ୍ତ୍ରୀ କାର୍ଯ୍ୟକ୍ରମ ପାଇଁ ହେଉଥିବା କାମର ସମୀକ୍ଷା କରିଥିଲେ। ପୁଲିସ ବିଭାଗ ତରଫରୁ ପାଟଣାଗଡ ରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇ ଥିବା ଜଣାପଡିଛି।

About The Author: The Sakala