କରୋନା ପାଇଁ କ୍ଲାସ କରିପାରୁ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ: ୟୁ ଟ୍ୟୁବରେ ପାଠ ପଢ଼ିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର: ଅନଲାଇନ୍ ମୋଡରେ ଚାଲିବ ପାଠପଢା । ଏଣିକି ୟୁ ଟ୍ୟୁବରେ ପାଠ ପଢିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା । ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲା ୟୁ ଟ୍ୟୁବରେ ପାଠ ପଢିବା ପରେ ସଫଳତା ମଳିଛି। ଏଣୁ ଯୁକ୍ତ ଦୁଇ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଯେଉଁମାନେ […]

ଭୁବନେଶ୍ୱର: ଅନଲାଇନ୍ ମୋଡରେ ଚାଲିବ ପାଠପଢା । ଏଣିକି ୟୁ ଟ୍ୟୁବରେ ପାଠ ପଢିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା । ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲା ୟୁ ଟ୍ୟୁବରେ ପାଠ ପଢିବା ପରେ ସଫଳତା ମଳିଛି। ଏଣୁ ଯୁକ୍ତ ଦୁଇ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁ ନାହାଁନ୍ତି ସେମାନେ ଘରେ ରହି ୟୁ ଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଯେଉଁ ଅଭିଭାବକ ଅନୁମତି ଦେଉ ନାହାଁନ୍ତି, ସେମାନଙ୍କ ପିଲାମାନେ ୟୁ ଟୁବରେ ପାଠ ପଢୁଛନ୍ତି।

About The Author: The Sakala