ବାରିପଦା: ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବ୍ରୁଆରୀ ପହିଲା ଠାରୁ ନୂଆ ନିୟମ। ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ। ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଗେଟରେ ପ୍ରବେଶ କରି ପାରିବେ। ପୂର୍ବରୁ ଦିନରେ କେବଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପିଠାବଟା ଓ ଯଶିପୁର ଠାରୁ ଅଫଲାଇନ ଅନୁମତି ଦିଆଯାଉଥିଲା। ଆସନ୍ତା ଫେବ୍ରୁଆରୀ ପହିଲା ଠାରୁ ପର୍ଯ୍ୟଟକମାନେ ଅନଲାଇନରେ ଆବେଦନ କରି ଶିମିଳିପାଳ ବୁଲି ପାରିବେ। ସେଥିପାଇଁ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଶିମିଳିପାଳ ଡଟ୍ ଓଆରଜି ( https://www.similipal.org) କିମ୍ଵା ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଇକୋଟୁରଓଡିଶା ଡଟ୍ କମ୍ ( https://www.ecotourodisha.com/ ) ପୋର୍ଟାଲରେ ଆବେଦନ କରିପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଶିମିଳିପାଳ ଅଭୟାରଣ୍ୟ ବୁଲିବା ପାଇଁ ଏଣିକି ଅନଲାଇନ ଟିକେଟ, ଫେବ୍ରୁଆରୀ ପହିଲାରୁ ଲାଗୁହେବ ନୂଆ ନିୟମ…
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବ୍ରୁଆରୀ ପହିଲା ଠାରୁ ନୂଆ ନିୟମ। ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ। ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଗେଟରେ ପ୍ରବେଶ କରି ପାରିବେ। ପୂର୍ବରୁ ଦିନରେ କେବଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପିଠାବଟା ଓ ଯଶିପୁର ଠାରୁ ଅଫଲାଇନ ଅନୁମତି ଦିଆଯାଉଥିଲା। ଆସନ୍ତା ଫେବ୍ରୁଆରୀ ପହିଲା ଠାରୁ […]