ଭୁବନେଶ୍ବର: ବନ୍ଧା ହେଲା ଗୁଜବକାରୀ। ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ। କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ। ଅଭିଯୁକ୍ତକୁ ଗିରଫ କଲା ଭରତପୁର ଥାନା ପୁଲିସ। ଅଭିଯୁକ୍ତର ଘର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା । ଅଭିଯୁକ୍ତ ଜଣଙ୍କ ବାରମ୍ବାର ସୋସିଆଲ ମିଡ଼ିଆରେ ଜାତିଆଣ ଆକ୍ଷେପ ସହ କଟାକ୍ଷ କରୁଥିଲା। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ମନିଟରିଂ ବେଳେ ଧରାପଡିଥିଲା ଅଭିଯୁକ୍ତ