ରାଜ୍ୟରେ ପାଣିପାଗର ସ୍ଥିତି ବଦଳିବାରେ ଲାଗିଛି। ଆସନ୍ତା ୩ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜି ରାଜ୍ୟର ୯ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡ଼ିକରେ ବଜ୍ରପାତର ଆଶଙ୍କା ଥିବାରୁ ଲୋକଙ୍କୁ ଖୋଲା ସ୍ଥାନକୁ ନଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
୭ ଓ ୮ ତାରିଖର ପାଣିପାଗ ସ୍ଥିତି
ଆସନ୍ତା ଅକ୍ଟୋବର ୭ ତାରିଖରେ ମୁଖ୍ୟତଃ ବଲାଙ୍ଗୀର, ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଅକ୍ଟୋବର ୭ ଓ ୮ ତାରିଖ ଦୁଇ ଦିନ ଧରି ରାଜ୍ୟର ପ୍ରାୟ ୨୭ଟି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।