ରାଜ୍ଯରେ ଫେବୃଆରୀ ୪ରୁ ପୁଣି ବର୍ଷା

The Sakala Picture
Published On

ଭୁବନେଶ୍ୱର: ଆସୁଛି ବର୍ଷା ।  ପୁଣି ଭିଜିବ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ୩ତାରିଖରୁ ରାଜ୍ୟରେ ପାଗ ବଦଳିବା ସହିତ ୪ରୁ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା ଏବଂ ସୋନପୁର ଆଦି ଜିଲ୍ଲାରେ ଘଡଘଡି […]

ଭୁବନେଶ୍ୱର: ଆସୁଛି ବର୍ଷା ।  ପୁଣି ଭିଜିବ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ୩ତାରିଖରୁ ରାଜ୍ୟରେ ପାଗ ବଦଳିବା ସହିତ ୪ରୁ ବର୍ଷା ହେବ। ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: SIR ବିବାଦ ବେଳେ ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଓଡ଼ିଶାର CEO ଆର୍‌.ଏସ୍‌. ଗୋପାଳନ

ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା ଏବଂ ସୋନପୁର ଆଦି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ଏଣୁ ଚାଷୀଙ୍କୁ ସତର୍କତା ଜାରି ହୋଇଛି । ସେପଟେ ଉତ୍ତର ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର

କାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ଯନ୍ତ ପାରଦ ବଢିବ । ୩ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଘନ କୁହୁଡି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ଝଡ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ତାପମାତ୍ରା ବଢିବ ।

ଆହୁରି ପଢ଼ନ୍ତୁ: କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ରାଜ୍ୟ ସରକାର, ୨୦୨୬ ଜାନୁଆରୀରୁ ମିଳିବ ପିଛିଲା ଦରମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର