ଆଜି ୫ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଭତ୍ତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ , UPMP ପୋର୍ଟାଲର ହେବ ଲୋକାର୍ପଣ

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ଏହି ବଡ଼ ଖୁସି ଖବର। ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ି ହେବେ ଆଉ ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀ। ଆଜି ବାଲେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ପୂର୍ବରୁ ହିତାଧିକାରୀମାନେ ପେନସନ୍ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ସମସ୍ୟାର ସମାଧାନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସିଷ୍ଟମରେ ପରିବର୍ତ୍ତନ ଅଣାଯାଇ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଯଥାଶୀଘ୍ର ସହାୟତା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ମଧୁବାବୁ ପେନସନ୍ ଯୋଜନାରେ ଏବେ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ହିତାଧିକାରୀମାନେ ସିଧାସଳଖ ସେମାନଙ୍କର ପ୍ରାପ୍ୟ ପାଇପାରିବେ। ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସାରା ବହୁ ଦିନରୁ ଅପେକ୍ଷା କରିଥିବା ୫ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଅକ୍ଟୋବର ମାସରୁ ସେମାନଙ୍କୁ ପେନସନ୍ ମିଳିବା ଆରମ୍ଭ ହେବ।

About The Author: Madhusudan Das