ନି-ଷ୍ଟ୍ରାଇକ୍‍ କରି ପାକିସ୍ତାନ ରେକର୍ଡ଼ ଭାଙ୍ଗିଲେ ଓଡ଼ିଆପୁଅ ସଚିନ୍‍

ଭୁବନେଶ୍ୱର: ଭାରତର ନି-ଷ୍ଟ୍ରାଇକର ଭାବେ ସୁପରିଚିତ ସଚିନ୍‍ ବେହେରା ଗିନିଜ୍‍ ବୁକରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟ୍‍ ଆଣ୍ଠୁ ପ୍ରଘାତ ବା ନି-ଷ୍ଟ୍ରାଇକରେ ଗିନିଜ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ବେଳେ ରବିବାର ସ୍ଥାନୀୟ ବୁଦ୍ଧମନ୍ଦିରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚଞ୍ଚକେଜି ଏଙ୍କେଲ ୱେଟ୍‍ ବାନ୍ଧି ତିନି ମିନିଟ୍‍ ଆଣ୍ଠୁ ପ୍ରଘାତ ବା ନି-ଷ୍ଟ୍ରାଇକ କରି ପୂର୍ବରୁ […]

ଭୁବନେଶ୍ୱର: ଭାରତର ନି-ଷ୍ଟ୍ରାଇକର ଭାବେ ସୁପରିଚିତ ସଚିନ୍‍ ବେହେରା ଗିନିଜ୍‍ ବୁକରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟ୍‍ ଆଣ୍ଠୁ ପ୍ରଘାତ ବା ନି-ଷ୍ଟ୍ରାଇକରେ ଗିନିଜ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ବେଳେ ରବିବାର ସ୍ଥାନୀୟ ବୁଦ୍ଧମନ୍ଦିରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚଞ୍ଚକେଜି ଏଙ୍କେଲ ୱେଟ୍‍ ବାନ୍ଧି ତିନି ମିନିଟ୍‍ ଆଣ୍ଠୁ ପ୍ରଘାତ ବା ନି-ଷ୍ଟ୍ରାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟ୍ରାଇକକୁ ରେକର୍ଡକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍‍ ବୁକ୍‍ ରେକର୍ଡ଼ ସ୍ଥାପନ କରିଛନ୍ତି ସଚିନ୍‍। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଜିଲ୍ଲା ଆଥଲେଟିକ୍‍ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଓଲିଉଡ଼ କଳାକାର ଅଖିଳେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସଚିନଙ୍କୁ ଉତ୍ସାହିତ କରିଥିଲେ।

ନୂଆପଡ଼ା ଜିଲ୍ଲା ବୋଡେନ୍‍ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁଅ ସଚିନ୍‍ ବେହେରା ବର୍ତ୍ତମାନ ହାଇଟେକ କଲେଜ ଅଫ୍‍ ଫିଜିଓଥେରାପିରେ ଇଣ୍ଟର୍ଣ୍ଣସିପ୍‍ କରୁଛନ୍ତି। ପିଲା ଦିନରୁ କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ କଠିନ ପରିଶ୍ରମ କରୁଥିଲେ। ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିଚିତ ଥିଲେ। ପୂର୍ବରୁ ପ୍ରଶିକ୍ଷକ ସତ୍ୟପୀର ପ୍ରଧାନଙ୍କ ତତ୍ତ୍ୱାବଧାନରେ ନିଷ୍ଟ୍ରାଇକର ଭାବେ ସଚିନ ଗିନିଜ ବୁକ୍‍ରେ ନିଜ ନାମ ଲିପବଦ୍ଧ କରିଥିଲେ। ଖାଲି ସେତିକି ନୁହେଁ; ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ। ସେଥିପାଇଁ ଦିନକୁ ୧୦ଘଣ୍ଟା କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ତାଙ୍କର ଏହି ସଫଳତା ପାଇଁ ହାଇଟେକ୍‍ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ନବଜ୍ୟୋତି ଜୁନିୟର ସାଇନ୍ସ କଲେଜର ଅଧ୍ୟକ୍ଷ ଶାନ୍ତନୁ ମହାପାତ୍ରଙ୍କୁ ସଚିନ କୃତଜ୍ଞତା ଜଣାଇବା ସହ ସମସ୍ତ ସଫଳତାକୁ ପିତାମାତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟ୍‍ନେସ୍‍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, କିକ୍‍ପ୍ୟାଡ୍‍ କିପର ଅମନ ପାଣ୍ଡେ, ଟାଇମ୍‍ କିପର୍‍ ଗୁରୁପ୍ରସାଦ ପଟ୍ଟନାୟକ, ସସ୍ମିତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala