ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ଯକ୍ରମ

ନୂଆପଡ଼ା: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି। ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ […]

ନୂଆପଡ଼ା: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି। ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନରେ ନୂଆପଡ଼ା ଗୌତମା ବିମାନଘାଟିରେ ଆଜି ପୂର୍ବାହ୍ନ ୮ଟା୫୦ ରେ ନୂଆପଡ଼ାରେ ପହଞ୍ଚିଛନ୍ତି।

ଏମାନେ ୮ଓ ୯ ତାରିଖ ଦୁଇ ଦିନ ନୂଆପଡ଼ା ଡାକ୍ତରଖାନାରେ ୧୭୫ ଜଣ ରୋଗୀଙ୍କ ଚିକିତ୍ସା କରି ଫେରିଯିବାର କାର୍ଯ୍ଯକ୍ରମ ରହିଛି। ଏହି କାର୍ଯ୍ଯକ୍ରମରେ ନୂଆପଡ଼ା ଡିଓଏମଓ, ଡିପିଏମଓ, ଡାକ୍ତରଖାନାର ମ୍ୟା‌ନେଜର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ନବରଙ୍ଗପୁରକୁ ଡାକ୍ତରୀ ଟିମ୍‍ ଯିବା ସମ୍ଭାବନା ଅଛି। ଗତ ମାସ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କ୍ୟାମ୍ପ୍‍ ଆୟୋଜନ କରାଯାଇଥିଲା। ଏସବୁ କ୍ୟାମ୍ପ୍‍ରେ ଯୋଗୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଅନ୍ୟ ଜିଲ୍ଲାକୁ ଏହି ସେବା ସମ୍ପ୍ରସାରଣ କରାଯାଉଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସୁପର ସ୍ପେଶିଆଲିଟି ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟରେ ଗତବର୍ଷ ଡିସେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର (ଏମ୍‍ଏମ୍‍ବିଏସ୍‍ଏସ୍‍) ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଏହା ପରେ ରାଜ୍ୟରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ସମ୍ପ୍ରତି ରାଜ୍ୟରେ କୋଭିଡ୍‍ ସଂକ୍ରମଣ ବହୁତ ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଏହି କାର୍ଯ୍ୟକ୍ରମର ପୁନଃ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ୟାମ୍ପ୍‍ ଆୟୋଜନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

About The Author: The Sakala