‘ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ପଶୁଛି’

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି। ତେଣୁ ଏହି ପାଣି ଆସିଛି। ରାଜ୍ୟର ଜଳ […]

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡ ପ୍ରବଳ ବର୍ଷା ହୋଇଛି। ତେଣୁ ଏହି ପାଣି ଆସିଛି। ରାଜ୍ୟର ଜଳ ପରିଚାଳନା ସମ୍ପୂର୍ଣ୍ଣ ଠିକ ଅଛି। ଅତ୍ୟଧିକ ବର୍ଷା କାରଣରୁ ଏହି ପାଣି ଆସିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ସେ କହିଛନ୍ତି କି, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୪ ଲକ୍ଷ ୫୫ ହଜାର କ୍ୟୁସେକ ବନ୍ୟାଜଳ। ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି। ମୁଣ୍ଡଳୀରୁ ୭ଲକ୍ଷ ବନ୍ୟା ଜଳ ପ୍ରବାହିତ ହେଉଛି। ଆଉ ଦୁଇ ତିନି ଦିନ ଏମିତି ପାଣି ଅତିକ୍ରମ କରିବ।

About The Author: The Sakala