ସମଗ୍ର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ସହ ବେକାବୁ ହେଉଛି କରୋନା ମହାମାରୀ। ଆଜି ରାଜ୍ୟରୁ ୨୯୮୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ […]

ଭୁବନେଶ୍ବର : ରାଜ୍ୟରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ସହ ବେକାବୁ ହେଉଛି କରୋନା ମହାମାରୀ। ଆଜି ରାଜ୍ୟରୁ ୨୯୮୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି।

ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ  ଛତିଶଗଡ ବୋର୍ଡରେ ଥିବା ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ସମୟ ବଦଳାଯାଇଛି। ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଏହି  ୧୦ଟି ଜିଲ୍ଲାର ସହରାଞ୍ଚଳରେ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ,ଗ୍ରାମାଞ୍ଚଳରେ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ  ହେବ। ଏହା ବାଦ୍‌ ରାଜ୍ୟର ଅନ୍ୟସମସ୍ତ ୨୦ ଟି ଜିଲ୍ଲା ଅଞ୍ଚଳରେ କାଲି ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍‌କର୍ଫ୍ୟୁ ଜାରି କରାଯିବ। ଭୁବନେଶ୍ବର ଓ କଟକରେ ମଧ୍ୟ ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ, ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ।

 

About The Author: The Sakala