ବିଧାନସଭାରେ ପାରିତ ହେଲା ଓଡିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ଓଡିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦। ଏହି ବିଧେୟକ ଦ୍ବାରା ଓଡିଶାରେ ମାରିଟାଇମ ବୋର୍ଡ଼ ଗଠନ ହେବ। ଏଥିରେ ୧୨ ଜଣ ସଭ୍ୟ ରହିବେ । ମୁଖ୍ୟ ଶାସନ ସଚିବ ଏହାର ଅଧକ୍ଷ ରହିବେ । ସଦସ୍ୟ ସଚିବ ରହିବେ ଶିଳ୍ପ ଓ ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ ରହିବେ । ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ବନ୍ଦର ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା […]

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ଓଡିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦। ଏହି ବିଧେୟକ ଦ୍ବାରା ଓଡିଶାରେ ମାରିଟାଇମ ବୋର୍ଡ଼ ଗଠନ ହେବ। ଏଥିରେ ୧୨ ଜଣ ସଭ୍ୟ ରହିବେ । ମୁଖ୍ୟ ଶାସନ ସଚିବ ଏହାର ଅଧକ୍ଷ ରହିବେ । ସଦସ୍ୟ ସଚିବ ରହିବେ ଶିଳ୍ପ ଓ ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ ରହିବେ । ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ବନ୍ଦର ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ମଧ୍ୟ‌ ବୋର୍ଡରେ ରଖାଯିବ।

ଏହି ବୋର୍ଡ଼ ପିପିପି ମୋଡ଼ରେ ବନ୍ଦର, ବିକାଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ଜଳପଥର ଉନ୍ନତି କରଣ କାର୍ଯ୍ୟ କରିବ। ସମନ୍ବିତ ବିକାଶ ପାଇଁ ଯୋଜନା ବନାଇବେ। ଯେବେ ରାଜ୍ୟ ସରକାର ଅନୁଭବ କରିବେ ବୋର୍ଡ଼ ନିୟମ ଖିଲାପ କଲେ ବୋର୍ଡ଼ ଭାଙ୍ଗି ପାରିବେ ସରକାର । ୧୪ଟି ଅଣ ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି ।

ରାଜ୍ୟରେ ଥିବା ସାମୁଦ୍ରିକ ବନ୍ଦର ଧାମରା ,ଗୋପାଳପୁର କାର୍ଯ୍ୟକ୍ଷମ ହୋଇଛି । ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା କାମ ଚାଲିଛି। ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳ ପୁରରୁ ୧୦୦ କୋଟି ଟଙ୍କା ରାଜସ୍ବ ଆସୁଛି। ବିଲକୁ ବିଜେପି ସମର୍ଥନ କରିଥିଲେ ସୁଦ୍ଧା କିଛି ଅଂଶ ସଂଶୋଧନ ଦାବି କରିଥିଲା । କଂଗ୍ରେସ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା । ଏହି ବିଲ ଆଲୋଚନାରେ ତାରାପ୍ରସାଦ ବାହିନୀପତି, ଅମର ଶତପଥୀ, ପ୍ରଦୀପ୍ତ ନାଏକ, ସନ୍ତୋଷ ସିଂ ସାଲୁଜା, ଅତନୁ ସବ୍ୟସାଚୀ ନାୟକ, ମୋହନ ମାଝୀ, ପ୍ରଦୀପ ଅମାତ, ମୁକେଶ ମହଲିଙ୍ଗ, ବିଷ୍ଣୁ ସେଠୀ, ଅନନ୍ତ ଦାସ, ଭୁପିନ୍ଦର ସିଂ ପ୍ରମୁଖ ଭାଗ ନେଇଥିଲେ ।

About The Author: The Sakala