ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଇଥାଏ ଓଡ଼ିଶା

ଭୁବନେଶ୍ବର  : ୧୯୩୬ ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଓଡିଶା ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ଆଜିର ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହତି ଜଡିତ […]

ଭୁବନେଶ୍ବର  : ୧୯୩୬ ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଓଡିଶା ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ଆଜିର ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହତି ଜଡିତ ଓଡିଆ ଜାତିର ସ୍ବାଭିମାନର ଏକ ସ୍ମାରକ ଜନ୍ମ ନେଇଥିଲା ।  ନଦନଦୀ, ପ୍ରକୃତି ପ୍ରାଚୂର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ଏକ ପ୍ରାଣମୟ ଭୂଖଣ୍ଡ ସମଗ୍ର ଭାରତ ବର୍ଷରେ ଏକ ଉନ୍ନତ ତଥା ବିଭବଶାଳୀ ରାଜ୍ୟ ଭାବେ ପରିଚିତ । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।


ଏହି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ରାଷ୍ଟ୍ରପତି ଟ୍ବିଟ୍‌ କରି  କହିଛନ୍ତି, ଉତ୍କଳ ଦିବସରେ ସମସ୍ତଙ୍କୁ ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ। ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ। ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା ବୋଲି କହିଛନ୍ତି ରାଷ୍ଟ୍ରପତି ।


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁଭକାମନା ଜଣାଇବା ସହ କହିଛନ୍ତି, ଓଡ଼ିଶାର ବିଶେଷ ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ । ରାଜ୍ୟର ଜନସାଧାରଣଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି ।


ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ  ମଧ୍ୟ ରାଜ୍ୟବାସୀଙ୍କୁ ନିଜର ଶୁଭେଛା ଜଣାଇଛନ୍ତି ।

About The Author: The Sakala