ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୁଲିସ

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାକୁ ହରାଇବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି। ବିନା ଅନୁମତିରେ ହେବନି ବିବାହ ଓ ସାମାଜିକ ଉତ୍ସବ । ଏଥିପାଇଁ ସ୍ଥାନୀୟ ପୁଲିସ ଷ୍ଟେସନରୁ ଅନୁମତି ଆଣିବାକୁ ପଡିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି। ବିବାହ କାର୍ଯ୍ଯକ୍ରମରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ […]

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କରୋନାକୁ ହରାଇବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ବିବାହ ଓ ଶୁଦ୍ଧିକ୍ରିୟାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି। ବିନା ଅନୁମତିରେ ହେବନି ବିବାହ ଓ ସାମାଜିକ ଉତ୍ସବ । ଏଥିପାଇଁ ସ୍ଥାନୀୟ ପୁଲିସ ଷ୍ଟେସନରୁ ଅନୁମତି ଆଣିବାକୁ ପଡିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି।

ବିବାହ କାର୍ଯ୍ଯକ୍ରମରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ଯେଉଁମାନେ ଉକ୍ତ କାର୍ଯ୍ଯକ୍ରମରେ ଯୋଗ ଦେବେ ସମସ୍ତେ ମାସ୍କ ପିନ୍ଧିବା ସହ ସମାଜିକ ଦୂରତା ରଖିବାକୁ ନିର୍ଦେଶ ଦିଆଯାଇଛି। ଗର୍ଭବତୀ , ୧୦ ବର୍ଷ ବୟସରୁ କମ ଶିଶୁ ଓ ୬୫ ବର୍ଷ ବୟସରୁ ଆଧିକ ଲୋକଙ୍କୁ ଏହା କାର୍ଯ୍ଯମକୁ ବାରଣ କରାଯାଇଛି। ଏଥିସହ ସଧାରାଣରେ ଛେପ ପକାଇଲେ ମଧ୍ଯ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ପୂର୍ବରୁ ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା।

About The Author: The Sakala