ଆଜି କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । ସେ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ସେ କେନ୍ଦ୍ରାପଡା ବାରୋ ପଡିଆରେ ପହଞ୍ଚିବେ। ସେଠାରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ୍ […]

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଆଜି ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । ସେ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଦିନ ୧୧ଟାରେ ସେ କେନ୍ଦ୍ରାପଡା ବାରୋ ପଡିଆରେ ପହଞ୍ଚିବେ। ସେଠାରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ସେଠାରୁ ହେଲିକପଟର ଯୋଗେ ଯାଇ ଦିନ ୧୨ଟା ୨୦ ମିନିଟରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତର୍ଗ ରାହାମାରେ ପହଞ୍ଚିବେ । ସେଠାରେ ଆଉ ଏକ ସମାବେଶରେ ଉଦବୋଧନ ଦେଇ ଜଗତସିଂହପୁର ସଦର ମହକୁମା ଯିବେ । ଦିନ ୧ଟା ୧୦ ମିନିଟରେ ଜଗତସିଂହପୁର ଷ୍ଟାଡିୟମରେ ପହଞ୍ଚି ଏକ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ଭଦ୍ରକ ଗସ୍ତରେ ଯାଇ ଅପରାହ୍ନରେ ବାସୁଦେବପୁର, ତିହିଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

About The Author: The Sakala