ଓଭର ଟେକ୍ ହେଲା କାଳ: ଟ୍ରକ ଚକ ତଳେ ଚାପି ହୋଇ ଚାଲିଗଲା ଶ୍ବଶୁର ଓ ଜ୍ୱାଇଁଙ୍କ ଜୀବନ

ରାଇଘର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ ଚକା ତଳେ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିିଛି। ମୃତକ ଦୁହେଁ ସମ୍ପର୍କରେ ଶ୍ୱଶୁର ଓ ଜ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଭିମାଟିକିରା ଗାଁରେ ଗୋଟିଏ ଶୋକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ଶ୍ୱଶୁର-ଜ୍ୱାଇଁ । ଆଜି ସକାଳେ ବାଇକରେ ଯିବା ସମୟରେ ରାଇଘର […]

ରାଇଘର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ଡାକଘର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ ଚକା ତଳେ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିିଛି। ମୃତକ ଦୁହେଁ ସମ୍ପର୍କରେ ଶ୍ୱଶୁର ଓ ଜ୍ୱାଇଁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଭିମାଟିକିରା ଗାଁରେ ଗୋଟିଏ ଶୋକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ଶ୍ୱଶୁର-ଜ୍ୱାଇଁ । ଆଜି ସକାଳେ ବାଇକରେ ଯିବା ସମୟରେ ରାଇଘର ମୁଖ୍ୟ ବଜାର ଉପରେ ଅବସ୍ଥିତ ଡାକଘର ସମ୍ମୁଖରେ ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ ଟ୍ରକ ଚକ ତଳେ ପଡ଼ି ଯାଇଥିଲେ ଦୁହେଁ। ଘଟଣାସ୍ଥଳରେ ହିଁ ଶ୍ୱଶୁର ଓ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଥିବା ବେଳେ ଶବ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରି ତଦନ୍ତ ଜାରି ରଖିଛି।

About The Author: The Sakala