ଭୁବନେଶ୍ବର: ମୋ ବସ୍ ଗତି ଉପରେ ନିୟନ୍ତ୍ରଣ ଲାଗିବ। ସହର ଭିତରେ ଏହାର ଘଣ୍ଟା ପିଛା ବେଗ ୪୦କିମି ରହିବ। ସେହିପରି ସହର ବାହାରେ ମୋ ବସ୍ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯିବ। ଯଦି ବସ୍ର ଚାଳକ ମଦ ପିଇଥିଲେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା।