ସାଲେପୁର: ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଘଟିଛି ଏହି ଘଟଣା । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସାଲେପୁର ଦାରିଆପୁର ଗାଁ ଭାଗବତ ଟୁଙ୍ଗିରେ ଅଷ୍ଟପ୍ରହରୀ ଆୟୋଜିତ ହୋଇଥିଲା । ଏହା ପରେ ହୋଇଥିବା ଭୋଜି ଖାଇଥିବା ଲୋକେ ଝାଡା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗୁରୁତର ଅସୁସ୍ଥଙ୍କୁ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨ଟି ଟିମ ଗାଁରେ ପହଂଚି ସାମାନ୍ୟ ଅସୁସ୍ଥ ଥିବା ଲୋକଙ୍କୁ ଚିକିତ୍ସା କରୁଛନ୍ତି ।