ପ୍ରଶ୍ନକାଳରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା, ଖାଲି ପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦ

ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଜ୍ୟରେ ୧୭,୭୬୧ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଭିନ୍ନ ଜିଲାରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାୟକ ମାନେ ପ୍ରଶ୍ନ କରିଥିଲେ । ସଦସ୍ୟଙ୍କ ପ୍ରଶ୍ନରେ ଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଖୁବଶୀଘ୍ର ୧୬,୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ […]

ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହୋଇଛି। ରାଜ୍ୟରେ ୧୭,୭୬୧ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ବିଭିନ୍ନ ଜିଲାରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାୟକ ମାନେ ପ୍ରଶ୍ନ କରିଥିଲେ ।

ସଦସ୍ୟଙ୍କ ପ୍ରଶ୍ନରେ ଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଖୁବଶୀଘ୍ର ୧୬,୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି ହେବ । ଶିକ୍ଷକ ପଦ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ବିଭିନ୍ନ ସ୍କୁଲର ନିଜସ୍ୱ ଜମି ନଥିବା ନେଇ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏ ଦିଗରେ ଆଲୋଚନା କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ୬୧୦ ବର୍ଗର ହାଇସ୍କୁଲ ଅଛି, ସେଗୁଡିକ ଅନୁଦାନପ୍ରାପ୍ତ ସ୍କୁଲ । ପ୍ରତି ପଞ୍ଚାୟତରେ ଥିବା ସ୍କୁଲଗୁଡିକ ଶିକ୍ଷକ ଅଭାବରୁ ବନ୍ଦ ହୋଇଯାଉଛି। ସେଗୁଡିକ କିପରି ଅପଗ୍ରେଡ଼ କରି ବଞ୍ଚାଇ ରଖାଯାଇପାରିବ। ସେଥିପ୍ରତି କି ପଦକ୍ଷେପ ସରକାର ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ଏହାର ଜବାବ ରଖି ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ଏହି ସମ୍ପର୍କରେ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନିଆଯିବ।

About The Author: The Sakala