ଚାଳକ ଓ ଖଲାସୀଙ୍କୁ ବିଲରେ ଫିଙ୍ଗି ଟ୍ରକ ଲୁଟିନେଲେ ଲୁଟେରା

ଜଳେଶ୍ବର : ଲୁଟେରାଙ୍କ କବ୍‌ଜାରେ ଜଳେଶ୍ୱର ଏନ ଏଚ- ୬୦। ପୁଣି ଜଳେଶ୍ୱରରେ ଟ୍ରକ ହାଇଜାକ। ଟ୍ରକର ଚାଳକ ଏବଂ ଖଲାସୀଙ୍କୁ ମୁର୍ମୁଶ ଅବସ୍ଥାରେ ଜାତୀୟ ରାଜପଥ ଏନ ଏଚ ୬୦ ପାର୍ଶ୍ୱରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏନ ଏଚ ୬୦ ଏକତାଳି ନିକଟରେ ଆଜି ପ୍ରାୟ ଦିନ ୯ ଟା ସମୟରେ ବିଲକୁ କାମ କରିବାକୁ ଯାଇଥିବା କିଛି ଲୋକ ଦୁଇ ଜଣ ବ୍ୟକ୍ତିଙ୍କୁ […]

ଜଳେଶ୍ବର : ଲୁଟେରାଙ୍କ କବ୍‌ଜାରେ ଜଳେଶ୍ୱର ଏନ ଏଚ- ୬୦। ପୁଣି ଜଳେଶ୍ୱରରେ ଟ୍ରକ ହାଇଜାକ। ଟ୍ରକର ଚାଳକ ଏବଂ ଖଲାସୀଙ୍କୁ ମୁର୍ମୁଶ ଅବସ୍ଥାରେ ଜାତୀୟ ରାଜପଥ ଏନ ଏଚ ୬୦ ପାର୍ଶ୍ୱରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏନ ଏଚ ୬୦ ଏକତାଳି ନିକଟରେ ଆଜି ପ୍ରାୟ ଦିନ ୯ ଟା ସମୟରେ ବିଲକୁ କାମ କରିବାକୁ ଯାଇଥିବା କିଛି ଲୋକ ଦୁଇ ଜଣ ବ୍ୟକ୍ତିଙ୍କୁ ମୁର୍ମୁଶ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ପାଇଥିଲେ। ସେମାନେ ଜୀବିତ ଥିବା ଜାଣି ସ୍ଥାନୀୟ ଲୋକମାନେ ସ୍ଥାନୀୟ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ।

ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ଓଡିଶାରୁ ପଶ୍ଚିମବଙ୍ଗ ଯିବା ସମୟରେ ଟ୍ରକ ହାଇଯାକ ହୋଇଥିବା ସୂଚନା ମିଳିଛି।ସେମାନଙ୍କ ଘର ଝାରଖଣ୍ଡର ହୋଇଥିବା ବେଳେ ସେମାନଙ୍କ ନାମ ଇସଲାମ ଆନସାରି ଓ ଇସଗାନ ଆନସାରି ବୋଲି ଜଣାପଡିଛି।ଏନେଇ ଜଳେଶ୍ୱର ପୁଲିସ ପାଖରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।ତେବେ ଜଳେଶ୍ବର ଦେଇ ଯାଇଥିବା ଏନ ଏଚ ୬୦ରେ ଏମିତି ବାରମ୍ବାର ଟ୍ରକ ହାଇଯାକ ହେବା ଜଳେଶ୍ବର ପୁଲିସ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି।

About The Author: The Sakala