ଗାନ୍ଧିନଗରରେ ଫିଟିବ ଗାନ୍ଧିଛକ ହତ୍ୟାକାଣ୍ଡର ଗୁମର : ସରିଛି ପଲିଗ୍ରାଫି, ଆଜି ହେବ ନାର୍କୋ ଟେଷ୍ଟ

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌‌ବ୍ରାଞ୍ଚ। ରିମାଣ୍ଡ ସମୟରେ କ୍ରାଇମ୍‌‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ। ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମ୍‌‌ବ୍ରାଞ୍ଚ। ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ ପାଇଁ ବ୍ରଜରାଜନଗର ଜେଏମ୍‌‌ଏଫ୍‌‌ସି-୧ କୋର୍ଟରୁ ଅନୁମତି ଆଣିଥିଲେ। କୋର୍ଟ ଅନୁମତି ଦେବା ପରେ ଅଭିଯୁକ୍ତ […]

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌‌ବ୍ରାଞ୍ଚ। ରିମାଣ୍ଡ ସମୟରେ କ୍ରାଇମ୍‌‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ। ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ ନାର୍କୋ ଟେଷ୍ଟକୁ ଭରସା କରିଛି କ୍ରାଇମ୍‌‌ବ୍ରାଞ୍ଚ। ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ ପାଇଁ ବ୍ରଜରାଜନଗର ଜେଏମ୍‌‌ଏଫ୍‌‌ସି-୧ କୋର୍ଟରୁ ଅନୁମତି ଆଣିଥିଲେ। କୋର୍ଟ ଅନୁମତି ଦେବା ପରେ ଅଭିଯୁକ୍ତ ଗୋପାଳକୁ କଡାସୁରକ୍ଷାରେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରେ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌‌ ଗୋପାଳକୁ ଧରି ଗାନ୍ଧିନଗରରସ୍ଥିତ ଡିରେକ୍ଟୋରେଟ୍‌‌ ଅଫ୍‌‌ ଫୋରେନିସିକ୍‌‌ ସାଇନ୍ସକୁ ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଗୋପାଳର ପଲିଗ୍ରାଫ୍‌‌ ପରୀକ୍ଷା କରାଯାଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ମାମଲାର ତଦନ୍ତ ଅଧିକାରୀ ଡିଏସ୍‌‌ପି ରମେଶଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ଗଠନ ହୋଇଥିବା ୮ଜଣିଆ ଟିମ୍‌‌ ନାର୍କୋ ଟେଷ୍ଟ ସମୟରେ ଉପସ୍ଥିତ ରହିବେ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବାର ଦିନ ବିତିଗଲାଣି। ତିନି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଅଭିଯୁକ୍ତ ଗୋପାଳ ଦାସଙ୍କୁ ତୁହାକୁ ତୁହା ଜେରା କରିଛି କ୍ରାଇମବ୍ରାଞ୍ଚ। କିନ୍ତୁ ଏବେ ବି ରହସ୍ୟ ଉପରୁ ପରଦା ଉଠୁନାହିଁ। କୌଣସି ନିର୍ଯ୍ୟାସରେ ପହଁଚି ପାରିନାହାନ୍ତି ତଦନ୍ତକାରୀ ଟିମ୍‌‌। ଶେଷରେ ପଲିଗ୍ରାଫ୍‌‌ ଓ ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ନିଆଯାଇଛି। ଅନ୍ୟପଟରେ ଗୋପାଳର ଫୋରେନ୍‌‌ସିକ୍‌‌ ସାଇକୋଲୋଜି ଆକଳନ ଏବଂ ଏଲ୍‌‌ଭିଏ ପରୀକ୍ଷା ରିପୋର୍ଟ ଖୁବ୍‌‌ ଶୀଘ୍ର ଆସିବ। ଏଲ୍‌‌ଭିଏ୍‌‌ ପରୀକ୍ଷା ଦିଲ୍ଲୀରୁ ଆସିଥିବା ଏକ ଟିମ୍‌‌ କରିଥିଲା। ମନସ୍ତତ୍ତ୍ୱବିତ ଡାକ୍ତରମାନଙ୍କୁ ନେଇ ଗଠିତ ହୋଇଥିବା ମେଡିକାଲ ବୋର୍ଡ ଝାଡୁସୁଗୁଡାରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଛନ୍ତି। ଏହାର ରିପୋର୍ଟ ମଧ୍ୟ ଖୁବ୍‌‌ ଶୀଘ୍ର ଦୁଇ ବିଭାଗ ଦେବ। ତଦନ୍ତ ପାଇଁ ଗଠନ କରାଯାଇଥିବା ବିଭିନ୍ନ ଟିମ୍‌‌ ଦ୍ୱାରା ସଂଗୃହୀତ ଦଲିଲ ଓ ପ୍ରମାଣଗୁଡିକୁ ଯାଞ୍ଚ କରାଯାଉଛି।

About The Author: The Sakala