ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟ ରେ ଚାର୍ଜସିଟ ଦାଖଲ କରିପାରେ କ୍ରାଇମ୍ ବ୍ରାଞ୍ଚ। ୧୨୦ ଦିନ ପୂର୍ବରୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରାଯାଇଛି। ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରତ୍ୟକ୍ଷଦର୍ଶିଙ୍କ ବୟାନକୁ ଆଧାର କରି ଅଭିଯୋଗ ଫର୍ଦ୍ଦ କରିଛି।
ଗତ ଜାନୁୟାରୀ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଯାଇଥିବା ବେଳେ ପୋଲିସ ଗୁଳିରେ ଟଳିପଡ଼ିଥିଲେ ପୂର୍ବତନ ମନ୍ତ୍ରୀ ନବ ଦାସ। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ଦିଲ୍ଲୀ ଫରେନସିକ୍ ଲ୍ୟାବର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।