ବିଶ୍ୱର ଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ: ଟାଇମ ମାଗାଜିନ ‘ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩’ ତାଲିକା ପ୍ରକାଶିତ

ବାରିପଦା: ବିଶ୍ୱର ସମ୍ମାନ ଜନକ ତଥା ପ୍ରମୁଖ ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ମାଗାଜିନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ବେଲଗଡ଼ିଆ ରାଜପ୍ରସାଦ, ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଓ ଏହାର କଳାବାଘ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ଉଲ୍ଲେଖ ରହିଛି। ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖୁସି ଖବର ଟ୍ୱିଟ […]

ବାରିପଦା: ବିଶ୍ୱର ସମ୍ମାନ ଜନକ ତଥା ପ୍ରମୁଖ ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ମାଗାଜିନ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ବେଲଗଡ଼ିଆ ରାଜପ୍ରସାଦ, ଶିମିଳିପାଳ ଅଭୟାରଣ୍ୟ ପରିଭ୍ରମଣ ଓ ଏହାର କଳାବାଘ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ଉଲ୍ଲେଖ ରହିଛି। ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖୁସି ଖବର ଟ୍ୱିଟ ମାଧ୍ୟମରେ ଜଣାଇ ଖୁସି ପ୍ରକାଶ କରିଛନ୍ତି। ଦୈନିକ ‘ସକାଳ’ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯିବାରୁ ମୟୂରଭଞ୍ଜରେ ପର୍ଯ୍ୟଟନ ଶିଳ୍ପରେ ଅନେକ ସମ୍ଭାବନା ଥିବା ବେଳେ ୪ବର୍ଷ ତଳେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଆମ ପରିବାର ଅକ୍ଳାନ୍ତ ପରିଶ୍ରମ କରିଆସିଥିଲୁ। ଯାହା ଆଜି ବାସ୍ତବ ରୂପ ନେଇଛି। ଆଗାମୀ ଦିନରେ ମୟୂରଭଞ୍ଜକୁ ବିଶ୍ୱରୁ ବହୁ ବିଦେଶୀ ପର୍ଯ୍ୟଟକ ଆସିବା ସମ୍ଭାବନା ସୃଷ୍ଟି ହୋଇଛି। ଯାହାକି ପରୋକ୍ଷରେ ଜିଲ୍ଲାରେ ଅନେକ ରୋଜଗାର ସୃଷ୍ଟି ସହିତ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ପ୍ରକାଶଥାଉ କି, ଏଥିପୂର୍ବରୁ ରାଜପରିବାରଙ୍କ ପ୍ରଚେଷ୍ଟାରେ ବହୁ ଜାତୀୟ ଅନ୍ତର୍ଜାତୀୟ ପତ୍ର ପତ୍ରିକାରେ କଳା, ସଂସ୍କୃତି, ହସ୍ତଶିଳ୍ପ ଓ ପର୍ଯ୍ୟଟନ ସମ୍ପର୍କରେ ଲେଖାମାନ ପ୍ରକାଶ ପାଇବା ପରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

About The Author: The Sakala